ଟିକାର ଡବଲ ଡୋଜ୍ ପରେ ସଂକ୍ରମଣ ଆଶଙ୍କା କମ୍ ହୁଏ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଟିକା ନେଲା ପରେ କୋରୋନା ହେବ ନାହିଁ ବୋଲି ଭାବିବା ଭୁଲ୍ । ଟିକା ନେବା ପରେ ମଧ୍ୟ ସଂକ୍ରମଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ,ବିଭିନ୍ନ ଟିକା ୭୦ ରୁ ୯୦ ପ୍ରତିଶତ ମଧ୍ୟରେ କାମ କରୁଛି । ଟିକା ନେବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ସୃଷ୍ଟି ହେବ । ଟିକାର ଡବଲ୍ ଡୋଜ୍ ନେବା ପରେ ସଂକ୍ରମଣ ଆଶଙ୍କା କମ ରହେ ବୋଲି ସେ କହିଛନ୍ତି । ଡବଲ ଡୋଜ୍ ଟିକା ନେବା ପରେ ବି ଓଡିଶାରେ କିଛି ସଂକ୍ରମିତ ହେବା ଦେଖାଦେଇଛି । ଏ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ରାଜ୍ୟ ସରକାର ବୈଷୟିକ କମିଟି ଗଠନ କରିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ,ଟିକା ନେଲା ପରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ନିୟମିତହାତ ଧୋଇବା ଭଳି ନିୟମ ମାନିବାକୁ ପଡିବ ।

Comments are closed.