ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ- ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି ପାଳିତ ହେଉଛି । ଜ୍ୟେଷ୍ଠ ଶୁଳ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ଏହି ନୀତି ପାଳନ କରାଯାଇଥାଏ । ଏହି ଅବସରରେ ସଂଧ୍ୟାଧୂପ ବଢିବା ପରେ ମଦନମୋହନ ଭିତରୁ ଆଜ୍ଞାମାଳ ପାଇ ଭୋଗ ବାଟ ଗଣେଶଙ୍କଠାରେ ପଡିଥିବା ଖଟରେ ବିଜେ କରନ୍ତି । ଜଣେ ଡଗର ଆସି ମଦନମୋହନଙ୍କଠାରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାନ୍ତି ଓ ସ୍ୱୟଂ ମହାପ୍ରଭୁ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ କୁହନ୍ତିାକୁତ କୌତୁକ ଋଷି ଦୟଣାମାଳୀ ଦେଇଥିବା ଶୁକ୍ଳ ଫୁଲକୁ ଆଂଜୁଳି କରି ଦଣ୍ଡ ପ୍ରଣାମ ସହ ଦକ୍ଷିଣ ଘରକୁ ନିଅନ୍ତି ।

ଦକ୍ଷିଣ ଘରେ ଖଟ ଉପରେ ବିଜେ କରିବା ପରେ ପଂଚାମୃତ ମହାସ୍ନାନ ଓ ଫୁଲ ଚନ୍ଦନ ଲାଗି ବେଶ ହୁଏ । ଶୀତଳ ଭୋଗ ମଣୋହି ଓ କ୍ଷୀରି ଅମ୍ବାଲୁ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣ ଘରକୁ ବିଜେ ସଂପନ୍ନ ହୁଏ । ଅଭିଷେକ ସମୟରେ ଛତି ଟେକା ହେବା ସହ ଘଂଟ କାହାଳୀ ଓ ମହୁରୀ ବାଜୁଥାଏ । ଅଭିଷେକ ବଢିବା ପରେ ଭିତରେ ପଣା ଭୋଗ ଆଦି ନୀତି ହୋଇଥାଏ ।

Comments are closed.