କରୋନା ଅପଡେଟ୍‌: ୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ସଂକ୍ରମଣ, ଆଉ ୫୮,୪୧୯ ଆକ୍ରାନ୍ତ ଚିହ୍ନଟ, ୧୫୭୬ ମୃତ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ୮୧ ଦିନ ପରେ ଦେଶରେ ଦୈନିକ ମାମଲା ୬୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୫୮,୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶେଷ ଥର ମାର୍ଚ୍ଚ ୩୦ରେ ୬୦ ହଜାରରୁ କମ୍ ମାମଲା ରେକର୍ଡ କରାଯାଇଥିଲା ।

ଏହି ଘାତକ ରୋଗରେ ଆଉ ୧୫୭୬ ଜଣଙ୍କର ଜୀବନ ଯାଇଛି । ପୁଣି ୮୭,୬୧୯ ଲୋକ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏଯାବତ ମୋଟ ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ କୋଟି ୮୭ ଲକ୍ଷ ୬୬ ହଜାର ଲୋକ କରୋନାରୁ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୮୬ ହଜାର ୭୧୩ ଜଣଙ୍କର ମୃତ୍ୟୁ ହୋଇଛି ।
ଜୁନ୍ ୧୯ ସୁଦ୍ଧା ଦେଶରେ ମୋଟ ୨୭ କୋଟି ୬୬ ଲକ୍ଷ ୯୩ ହଜାର ଟିିକା ଡୋଜ୍ ଦିଆଯାଇଛି ।

Comments are closed.