‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ

ନୂଆଦିଲ୍ଳୀ: ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିଛି । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବାର ପାଞ୍ଚ ମାସ ପରେ ଭାରତ ବାୟୋଟେକ୍ ନିଜ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଛି ।

ଭାରତ ବାୟୋଟେକ୍ ଦ୍ୱାରା ଦାଖଲ ତଥ୍ୟର ସମୀକ୍ଷା କରିବ ଡିସିଜିଆଇର ବିଶେଷଜ୍ଞ କମିଟି । ଏନେଇ ଆଜି ବିଶେଷଜ୍ଞ କମିଟିର ଏକ ବୈଠକ ବସିବା ସମ୍ଭାବନା ରହିଛି ।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ମୁତାବକ କରୋନା ସଂକ୍ରମଣ ରୋକିବାରେ କୋଭାକ୍ସିନ୍ ଟିକା ୮୧ ପ୍ରତିଶତ ପ୍ରଭାବୀ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ଦାବି କରାଯାଇଥିଲା ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ନ ହେବା ପୂର୍ବରୁ କୋଭାକ୍ସିନ୍ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯିବା ନେଇ ବିବାଦ ସୃଷ୍ଟି ହୋଇଥିଲା । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗନାଇଜେସନ୍ (ସିଡିଏସ୍‌ସିଓ)ର ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଥିଲେ ।

Comments are closed.