ଭୁବନେଶ୍ୱର ରେଳ ଷ୍ଟେସନରେ ‘ଏଟିଏମଏ’ ମେସିନ

ଭୁବନେଶ୍ୱର- ଭୁବନେଶ୍ୱର ରେଳ ଷ୍ଟେସନରେ ଅଟୋମେଟେଡ୍ ଟିକେଟ ଚେକିଂ ଆଣ୍ଡ୍ ମ୍ୟାନେଜିଂ ଆକସେସ୍ ସିଷ୍ଟମ –ଏଟିଏମଏ ମେସିନ ଲଗାଯାଇଛି । ପାରାଦୀପ ଫସଫେଟସ ଲିମିଟେଡ ପକ୍ଷରୁ ଏହି ଏଟିଏମଏ ମେସିନ ଲଗାଯାଇଛି । ଇ-ଟିକେଟ ଧାରୀ ଯାତ୍ରୀଙ୍କ ପାଇଁ ଏହି ମେସିନ ଉଦ୍ଦିଷ୍ଟ । ଏହି ମେସିନ ୪ଟି କାମରେ ଆସିବ । ଟିକେଟର ବାରକୋଡକୁ ମେସିନ ସ୍କାନ କରିବ । ଏହା ଦ୍ୱାରା ଟିକେଟ କନଫର୍ମ ହୋଇଛି କି ନାହିଁ ତାହା ଜଣାପଡିବ । ଟିକେଟର ସମସ୍ତ ତଥ୍ୟ ସହ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରି ତାପମାତ୍ରା ଜଣାଇବା । ଏହା ଏକ ଟଚ୍ ଫ୍ରି ସିଷ୍ଟମ ।

Comments are closed.