ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଶୁଣାଣି କରିବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ୱର- ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନନରେ ହେବ । ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କମିଶନ ପୂର୍ବରୁ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା, ପୀଡିତାଙ୍କ ମାଆ, ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଂଚର ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ ।

ଏହି ମାମଲାରେ କମିଶନ ପୂର୍ବରୁ ବି ଓଟିଭି ଏମଡିଙ୍କୁ ହାଜର ହେବା ପାଇଁ ସମନ କରିଥିଲେ । ହେଲେ ନିଜ ପ୍ରତିନିଧିଙ୍କ ଜରିଆରେ ପକ୍ଷ ରଖି ମାମଲା ରଦ୍ଦ କରିବାକୁ ସେ ଆବେଦନ କରିଥିଲେ । କିନ୍ତୁ ମାମଲା ରଦ୍ଦ ହେବା ପ୍ରଶ୍ନ ଉଠୁନାହିଁ ବୋଲି କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସ୍ପଷ୍ଟ କରିଥିଲେ । ମାମଲା ରଦ୍ଦ ପାଇଁ କେହି ଆବେଦନ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ହାଜର ହେବା ପାଇଁ ଗତ ୧୦ ତାରିଖରେ ପୁଣି ନୋଟିସ ଜାରି କରିଥିଲେ ।

Comments are closed.