କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୫୪ ହଜାର ମାମଲା, ଆଉ ୧୩୨୧ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୫୪,୦୬୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୩୨୧ ଜଣଙ୍କର ମୃଥ୍ୟୁ ହୋଇଥିବା ବେଳେ ୬୮,୮୮୫ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ମୋଟ କରୋନା ମାମଲା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି ପାଇଛି । ଏଯାବତ୍ ଦେଶରେ ୩ ଲକ୍ଷ ୯୧ ହଜାର ୯୮୧ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୬ ଲକ୍ଷ ୨୭ ହଜାର ୫୭ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ଦେଶରେ କରୋନା ବିରୋଧରେ ଟିକାକରଣ ଜାରି ରହିଛି । ଜୁନ୍ ୨୩ ସୁଦ୍ଧା ସମଗ୍ର ଦେଶରେ ମୋଟ ୩୦ କୋଟି ୧୬ ଲକ୍ଷ ଟିକା ଡୋଜ୍ ଦିଆଯାଇଛି । ବୁଧବାର ୬୪ ଲକ୍ଷ ୮୯ ହଜାର ୭୮ ଲକ୍ଷ ଭାକ୍ସିନ୍ ଦିଆଯାଇଥିଲା ।

Comments are closed.