ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଜିଉମାନଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ, ଗଜାନନ ବେଶରେ ଦର୍ଶନ ଦେବେ ବଡଠାକୁର

ପୁରୀ- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୫ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଛି । ଆଜି ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ । ଏଥର ବି କୋରୋନା ଦୃଷ୍ଟିରୁ ପୁରୀରେ ବିନା ଭକ୍ତରେ ହେଉଛି ଶ୍ରୀଜିଉଙ୍କ ସ୍ନାନନୀତି । ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି ।

Comments are closed.