ମ୍ୟାକାଫି ଆଣ୍ଟି ଭାଇରସ୍ ସଫ୍ଟୱେୟାର ପ୍ରତିଷ୍ଠାତା ଜନ୍ ମ୍ୟାକାଫିଙ୍କ ମୃତ୍ୟୁ, ସ୍ପେନ୍‌ର ଏକ ଜେଲ୍‌ରେ କଲେ ଆତ୍ମହତ୍ୟା

ମାଦ୍ରିଦ୍‌: ମ୍ୟାକାଫି ଆଣ୍ଟି ଭାଇରସ୍ ସଫ୍ଟୱେୟାରର ପ୍ରତିଷ୍ଠାତା ଜନ୍ ମ୍ୟାକାଫିଙ୍କ ସ୍ପେନ୍‌ର ଏକ ଜେଲ୍‌ରେ ମୃତ୍ୟୁ ହୋଇଯାଇଛି । ମ୍ୟାକାଫିଙ୍କୁ ଜେଲ୍ କୋଠାରୀରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପେନର କାଟାଲନ୍ ଅଞ୍ଚଳର ସରକାର ସ୍ପଷ୍ଟ କରିଛନ୍ତି ।

ଆମେରିକାରେ ମ୍ୟାକାଫିଙ୍କ ବିରୋଧରେ ଟିକସ ଫାଙ୍କି ଅଭିଯୋଗ ହୋଇଥିଲା । ଏହି ମାମଲାରେ କିଛିଦିନ ତଳେ ସ୍ପେନ୍‌ର ଏକ କୋର୍ଟ ୭୫ ବର୍ଷୀୟ ମ୍ୟାକାଫିଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସେ ମାନସିକ ଅବସାଦରେ ଥିଲେ ।

୨୦୨୦ରେ ତୁର୍କୀ ଯିବାକୁ ଏକ ଫ୍ଲାଇଟ୍‌ରେ ଚଢ଼ୁଥିବା ବେଳେ ସ୍ପେନ୍‌ରେ ମ୍ୟାକାଫିଙ୍କୁ ଗିରଫ କରାଯାଇଥିଲା ।

ଆଣ୍ଟି ଭାଇରସ୍ ସଫ୍ଟୱେୟାର କ୍ଷେତ୍ରରେ ମ୍ୟାକାଫି ଜଣେ ଜଣାଣୁଣା ନାମ ଥିଲେ । ତାଙ୍କ କମ୍ପାନୀ ପ୍ରଥମ ଆଣ୍ଟି ଭାଇରସ୍ ସଫ୍ଟୱେୟାର ‘ମ୍ୟାକାଫି’ ପ୍ରସ୍ତୁତ କରି ଆଇଟି କ୍ଷେତ୍ରରେ ଚହଳ ସୃଷ୍ଟି କରିଥିଲା । ପରେ ମ୍ୟାକାଫି ତାଙ୍କ କମ୍ପାନୀଙ୍କୁ ‘ଇନ୍‌ଟେଲ’କୁ ପ୍ରାୟ ୭.୬ ବିଲିୟନ ଡଲାରରେ ବିକ୍ରି କରିଦେଇଥିଲେ ।

Comments are closed.