ୟୁଜି, ପିଜି ପରୀକ୍ଷା ଅନଲାଇନରେ ହେବ, ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ମେଣ୍ଟରିଂ କରିବେ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ୟୁଜି-ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ପରୀକ୍ଷା ନେଇ ବୈଠକରେ ସମୀକ୍ଷା କରାଯାଇଛି । ପିଲାମାନେ କିଭଳି ପରୀକ୍ଷା ଦେବେ, ସେ ନେଇ ଅଧ୍ୟାପକମାନେ ଦାୟିତ୍ୱ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଭର୍ଚୁଆଲେ ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଅନଲାଇନରେ ପରୀକ୍ଷା ହେବ । ଏ ନେଇ ପଦକ୍ଷେପ ନେବାକୁ କଲେଜମାନଙ୍କୁ କୁହାଯାଇଛି । ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଛି । ଗୋଟିଏ ବିଭାଗରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ୮ ପିଲାରେ ଜଣେ ଶିକ୍ଷକ ମେଣ୍ଟରିଂ କରି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ । ଅନଲାଇନ୍ ପରୀକ୍ଷା ପାଇଁ ସୁବିଧା ନ ଥିବା ସ୍ଥାନରେ ପରୀକ୍ଷାର୍ଥୀ ନିକଟସ୍ଥ କଲେଜରେ ଆସି ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.