ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଯଶୱନ୍ତ ଜେଠୱା

ଭୁବନେଶ୍ୱର- ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ୧୯୯୪ ବ୍ୟାଚ୍ ଆଇପିଏସ ଅଧିକାରୀ ହେଉଛନ୍ତି ଜେଠୱା । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଖାଲି ପଡିଥିବା ପଦରେ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।

ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଚେଷ୍ଟା କରିବେ ବୋଲି ଦାୟିତ୍ୱ ଗ୍ରହଣ କଲା ପରେ କହିଛନ୍ତି ଜେଠୱା । ସମସ୍ତଙ୍କୁ ସାଥୀରେ ନେଇ ଦୁର୍ନୀତି ନିବାରଣ ପାଇଁ କାମ କରିବେ ବୋଲି ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ।

Comments are closed.