ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ମୁମ୍ବାଇ: ଡେଲ୍‌ଟା ପରେ ଏବେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ମାମଲା ଭାରତରେ ବଢ଼ିବାରେ ଲାଗିଛି । ଦେଶରେ ଏହି ଭାରିଆଣ୍ଟ୍ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ରତ୍ନଗିରିରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ୨୧ ରୋଗୀ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୮୦ ବର୍ଷୀୟ ଆକ୍ରାନ୍ତ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟମାମଲା ଚିହ୍ନଟ ପାଇଁ ୩୭ ଜିଲ୍ଲାରୁ ପ୍ରତି ମାସରେ ୧୦୦ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ପ୍ରତ୍ୟକ ବ୍ୟକ୍ତିଙ୍କର ଯାତ୍ରା ରେକର୍ଡ ଯାଞ୍ଚ୍ କରାଯିବା ସହ ସେମାନଙ୍କ କ୍ଷେତ୍ରରେ ପୁନଃ ସଂକ୍ରମଣ ହୋଇଛି କି ନାହିଁ, ସେମାନେ ଟିକା ନେଇଛନ୍ତି କି ନାହିଁ ଆଦି ବିଷୟ ଯାଞ୍ଚ୍ କରାଯାଉଛି ବୋଲି ଟୋପେ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ସମଗ୍ର ଦେଶରେ ଏଯାବତ୍ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ୪୦ଟି ମାମଲା ଚିହ୍ନଟ ହୋଇଛି ।

Comments are closed.