ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗୋପାଳପୁରର ଉଠା ଦୋକାନୀ

ବ୍ରହ୍ମପୁର – କୋଭିଡ ମହାମାରୀ ସମୟରେ ସେମାନଙ୍କୁ ଆର୍ଥିକ ସହାୟତାର ହାତ ବଢାଇଥିବାରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଜ୍ଞପିତ ଅଂଚଳ ପରିଷଦର ଉଠାଦୋକାନୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ।

ମହାମାରୀ ଯୋଗୁଁ ଜାରି ଲକଡାଉନ ଦ୍ୱାରା ଉଠାଦୋକାନୀଙ୍କ ଜୀବିକା ପ୍ରଭାବିତ ହୋଇଛି । ନିକଟରେ ରାଜ୍ୟର ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଗୋପାଳପୁର ଏନଏସିର ୨୨୪ ଉଠାଦୋକାନୀ ଆର୍ଥିକ ସହାୟତା ପାଇଛନ୍ତି । ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଡିବିଟି ଜରିଆରେ ପଠାଯାଇଛି । ଏପରି ଏକ ଆହ୍ୱାନମୂଳକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମାନବିକତାକୁ ଉଠାଦୋକାନୀ ଓ ସ୍ଥାନୀୟ ବିଜେଡି ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି ।

Comments are closed.