ତୃତୀୟ ଲହରୀ ପ୍ରକୋପ କମ୍ ରହିବ: ଆଇସିଏମ୍‌ଆର ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହରୀ ଆସିବା ଥୟ । ହେଲେ ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀର ପ୍ରକୋପ ଏତେ ଭୀଷଣ ହେବ ନାହିଁ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର) ଏବଂ ଲଣ୍ଡନର ଇମ୍ପେରିଆଲ କଲେଜର ମିଳିତ ଗବେଷଣାରେ ଏଭଳି ପୂର୍ବାନୁମାନ କରାଯାଇଛି ।

ଯଦି ଅଧିକ ସଂକ୍ରମଣଶୀଳ ଭାରିଆଣ୍ଟର ଆବିର୍ଭାବ ହୁଏ କିମ୍ବା ପୂର୍ବରୁ ସଂକ୍ରମିତ ହୋଇଥିବା ୩୦% ଲୋକ ପ୍ରତିରୋଧ ଶକ୍ତି ହରାନ୍ତି ତେବେ ତୃତୀୟ ଲହରୀ ଭୟଙ୍କର ହୋଇପାରେ । କିନ୍ତୁ ଏଭଳି ସ୍ଥିତି ଉପୁଜିବା ସମ୍ଭାବନା କମ୍ ବୋଲି ଗବେଷଣାରେ କୁହାଯାଇଛି । ଏକ ଗାଣିତିକ ସୂତ୍ରର ବ୍ୟବହାର କରି ଏଭଳି ପୂର୍ବାନୁମାନ କରାଯାଇଛି । ଟିକାକରଣକୁ ତ୍ୱରାନ୍ୱିତ କରି ତୃତୀୟ ଲହରୀ ପ୍ରଭାବକୁ ବହୁମାତ୍ରାରେ ସୀମିତ ରଖାଯାଇ ପାରିବ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି ।

Comments are closed.