‘ବିଶେଷ ଘାତକ ନୁହେଁ ଡେଲଟା ପ୍ଲସ ଭେରିଆଂଟ’

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ଭେରିଆଂଟ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଏହି ଭେରିଆଂଟ୍ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାଆନ୍ତା, ତାହା ହେଲେ ଦେବଗଡ ଜିଲ୍ଲାକୁ ଏହା ବ୍ୟାପି ଯାଇଥାଆନ୍ତା । ଦେବଗଡରେ ଡେଲଟା ପ୍ଲସ ଆକ୍ରାନ୍ତ ଜଣକ ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି । ତେଣୁ ତାଙ୍କର କଂଟ୍ରାକ୍ଟ ଟ୍ରେସିଂ ଦରକାର ନାହିଁ । ତଥାପି ସତର୍କତା ଜରୁରୀ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ଓଡିଶା, ବିହାର, ଛତିଶଗଡ, ଝାଡଖଣ୍ଡ ଭଳି ୪ ରାଜ୍ୟରୁ ୩ ହଜାର ୮ ଶହ ସ୍ୟାମ୍ପଲ ଜେନମ ସିକ୍ୟୁଏନସିଂ ପାଇଁ ଯାଇଥିଲା । ସେଥିମଧ୍ୟରୁ ୧୧ ଶହ ସ୍ୟାମ୍ପଲ ଓଡିଶାର ଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ ଭେରିଆଂଟ୍ ଚିହ୍ନଟ ହୋଇଛି ବୋଲି ଅଭୟ କହିଛନ୍ତି ।

Comments are closed.