ପୁରୀ ସହରରେ ମାସ୍କ ଚେକିଂ କଡାକଡି

ପୁରୀ – ପୁରୀ ସହରରେ ଆଜିଠାରୁ ମାସ୍କ ଚେକିଂ କଡାକଡି ହୋଇଛି । ସହରର ବିଭିନ୍ନ ସ୍ଥାନରେ ଚାଲିଛି ମାସ୍କ ଚେକିଂ । ମାସ୍କ ସହ ସାମାଜିକ ଦୂରତା ନେଇ ଚେକିଂ କଡାକଡି ହୋଇଛି । କୋରନା ଭାଇରସର ଡେଲଟା ପ୍ଲସ୍ ଭେରିଆଂଟକୁ ନେଇ ପୋଲିସ ପ୍ରଶାସନ ସତର୍କ ହୋଇଛି । ସମଗ୍ର ପୁରୀ ଜିଲ୍ଲାରେ କୋରୋନା ସଂକ୍ରମଣ ଅଧିକ ରହୁଛି । କେବଳ ପୁରୀ ସହରରେ ଏହି ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଆଗକୁ ରଥଯାତ୍ରା ଥିବାରୁ ଅମାନିଆଙ୍କୁ ସାବାଡ କରିବାକୁ ଅଂଟା ଭିଡିଛି ପୋଲିସ ।

Comments are closed.