ପ୍ରଫେସର ବଂଶୀଧର ମାଝୀ ଭିସୁଟର ନୂଆ କୁଳପତି

ଭୁବନେଶ୍ୱର- ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜ ଭିସୁଟ୍‌ର ନୂଆ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ନିଯୁକ୍ତି ମିଳିଛି । ରାଜପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହି ନିଯୁକ୍ତି ଦେଇଛନ୍ତି । କୁଳପତି ଭାବେ ବଂଶୀଧର ମାଝୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୩ ବର୍ଷ ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ । ମାଝୀ ଏବେ ଆଇଆଇଟିଡିଏମ୍ କାଂଚିପୁରମର ନିର୍ଦ୍ଦେଶକ ଅଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୨୬ ବର୍ଷର ଅଭିଜ୍ଞତା ରହିଛି ।

Comments are closed.