ପୁଲୱାମା: ଘରେ ପଶି ଏସ୍‌ପିଓ, ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କାବାଦୀ

ଶ୍ରୀନଗର: ଗତକାଲି ଜମ୍ମୁରେ ଡ୍ରୋନ୍ ଦ୍ୱାରା ବାୟୁସେନା ବିମାନ ଘାଟିରେ ଆକ୍ରମଣ ପରେ ଆତଙ୍କବାଦୀ ମାନେ ଆଜି ପୁଲୱାମାରେ ଜଣେ ସ୍ୱତନ୍ତ୍ର ପୋଲିସ୍ ଅଧିକାରୀ (ଏସ୍‌ପିଓ) ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଏସ୍‌ପିଓଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲେ । ଏହି ଘଟଣାରେ ଏସପିଓଙ୍କ ଝିଅ ଆହତ ହୋଇଛି । ଘଟଣାସ୍ଥଳରେ ଏସ୍‌ପିଓ ଫୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ଆହତ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ୍‌ର ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧ଟାରେ କିଛି ଆତଙ୍କାବାଦୀ ଏସ୍‌ପିଓଙ୍କ ଘରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଘଟଣା ପରେ ସୁରକ୍ଷାବାହିନୀ ପୂରା ଅଞ୍ଚଳକୁ ସିଲ୍ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ ଅପରେସନ୍ ଆରମ୍ଭ କରିଛନ୍‌ି ।

Comments are closed.