ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦୀୟ ବ୍ୟାପାର କମିଟି (ସିସିପିଏ) ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ପାଇଁ ସୁପାରିଶ କରିଛି। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ୨୦ଟି ବୈଠକ ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୁଏ |

ସୂଚନାନୁସାରେ, ଅଧିବେଶନରେ ସଂସଦ ପରିସରରେ କୋଭିଡ ସହ ଜଡିତ ସମସ୍ତ ପ୍ରୋଟୋକଲ ପାଳନ କରାଯିବ। ମୌସୁମୀ ଅଧିବେଶନ ଆରମ୍ଭ ହେବା ବେଳକୁ ପ୍ରାୟ ସମସ୍ତ ସଂସଦ କୋଭିଡ୍ ଟିକା ନେଇସାରିଥିବେ ବୋଲି ଆଶା କରାଯାଉଛି ।

Comments are closed.