ରାଜ୍ୟର ୮ ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ ହେଲା

ଭୁବନେଶ୍ୱର- ରାଜ୍ୟର ୮ଟି ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ସମ୍ବଲପୁରରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । କେବଳ ୧୪, ୧୮ ଓ ୨୨ କ୍ୟାରେଟ୍ ସୁନା ବିକିପାରିବେ ଦୋକାନୀ । ତେବେ, ୨୦, ୨୩ ଓ ୨୪ କ୍ୟାରେଟ ସୁନାର ହଲମାର୍କିଂ କରାଯାଇପାରିବ । ଗହଣା କିଣିବା ଆଗରୁ ହଲମାର୍କ ଯାଂଚ୍ କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Comments are closed.