ସ୍ପଷ୍ଟ କଲା ଆଇସିସି, ୟୁଏଇ ଓ ଓମାନରେ ହେବ ଟି୨୦ ବିଶ୍ୱକପ, ଅକ୍ଟୋବର ୧୭ରୁ ହେବ ଆରମ୍ଭ

ଦୁବାଇ: ଟି୨୦ ବିଶ୍ୱକପ୍ ଭାରତରୁ ସ୍ଥାନାନ୍ତର ହୋଇଥିବା ନେଇ ସ୍ପଷ୍ଟ କରିଛି ଆଇସିସି । ଏହି ମେଗା ଇଭେଣ୍ଟ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଅନୁଷ୍ଠିତ ହେବ । ଭାରତରେ କରୋନା ସ୍ଥିତି ଯୋଗୁଁ ଟି୨୦ ବିଶ୍ୱକପକୁ ଏହି ଦୁଇ ଗଲ୍ଫ ରାଷ୍ଟ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ଆଇସିସି କହିଛି ।

ଟି୨୦ ବିଶ୍ୱକପ ଭାରତରେ ହେବାର ଥିଲା । ହେଲେ ଭାରତରେ ଗମ୍ଭୀର କରୋନା ସ୍ଥିତି ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର ହେବା ପୂର୍ବରୁ ହିଁ ନିଶ୍ଚିତ ହୋଇଥିଲା । କେବଳ ଏନେଇ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା ।

ଆଇସିସି କହିଛି ଯେ, ୟୁଏଇର ଦୁବାଇ, ଆବୁଧାବି ଏବଂ ଶାରଜା ସହ ଓମାନର ମସ୍କାଟରେ ଟି୨୦ ବିଶ୍ୱକପର ମ୍ୟାଚ୍ ଗୁଡିକ ଅନୁଷ୍ଠିତ ହେବ । ଟି୨୦ ବିଶ୍ୱକପ୍ ୟୁଏଇ ଓ ଓମାନକୁ ସ୍ଥାନାନ୍ତରିତ ହୋଇଥିଲେ ମଧ୍ୟ ବିସିସିଆଇ ପାଖରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ରହିବ ।

Comments are closed.