ମଡେର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଲେ ଭାରତୀୟ ଔଷଧ ନିୟନ୍ତ୍ରକ

ନୂଆଦିଲ୍ଲୀ: ଭାରତକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିବ। ଆଜି ଭାରତୀୟ ଔଷଧ ନିୟନ୍ତ୍ରକ ଡିସିଜିଆଇ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡେର୍ଣ୍ଣାର କୋଭିଡ-୧୯ ଟିକା ଆମଦାନୀ କରିବାକୁ ସିପଲାକୁ ଅନୁମତି ଦେଇଛନ୍ତି।

ଏହି ଟିକା ଆମଦାନୀ କରିବାକୁ ଅନୁମତି ଲୋଡି ସିପଲା ସୋମବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ (ଡିସିଜିଆଇ)ଙ୍କ ନିକଟରେ ଆବେଦନ କରିଥିଲା। ଆବେଦନ ସମୟରେ ସିପଲା ଏପ୍ରିଲ ୧୫ ଏବଂ ଜୁନ୍ ତାରିଖର ଡିସିଜିଆଇ ନୋଟିସ୍ ସମ୍ପର୍କରେ ଉଲ୍ଲେଖ କରିଥିଲା |

ଡିସିଜିଆଇ ନୋଟିସରେ କୁହାଯାଇଥିଲା ଯେ ଯଦି ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ୟୁଏସ୍ଏଫଡିଏ) ଦ୍ବାରା ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରାଯାଇଥାଏ, ତେବେ ଏହି ଟିକାକୁ ‘ବ୍ରିଜିଂ ଟ୍ରାଏଲ୍’ ବିନା ବିତରଣ ପାଇଁ ଅନୁମତି ଦିଆଯାଇପାରିବ। ଏଥିସହ, ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀ (ସିଡିଏଲ୍) ଦ୍ୱାରା ଟିକାର ପ୍ରତି ବ୍ୟାଚର ପରୀକ୍ଷଣରୁ ଛାଡ଼ ମିଳିବ |

Comments are closed.