ପୁରୀ: ତାଳଧ୍ଵଜ ରଥ ଓ ଦେବଦଳନ ରଥର ଦ୍ୱାର-ଘୋଡା

ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଉପରି ଭାଗ ତୋରଣକୁ ଦ୍ୱାର-ଘୋଡା କୁହାଯାଇଥାଏ। ଏହି ରଥର ପୂର୍ବପଟ ଦ୍ୱାର-ଘୋଡାର ମଧ୍ୟ ଭାଗରେ ଦେବୀ ବିମଳା ଓ ଦୁଇ ପାର୍ଶ୍ଵରେ ହନୁମାନଙ୍କ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ କାନ୍ଧରେ ଅଙ୍ଗଦ ବସିଥିବା ଚିତ୍ର ଅଙ୍କା ଯାଇଥାଏ। ପଶ୍ଚିମ ପଟଦ୍ୱାର-ଘୋଡାରେ ଚଣ୍ଡରୁପା ଓ ଚଣ୍ଡା। ଉତ୍ତରପଟ ଦ୍ୱାର-ଘୋଡାରେ ନନ୍ଦା, ସୁନନ୍ଦା।ସେହିପରି ଦକ୍ଷିଣପଟ ଦ୍ୱାର-ଘୋଡାରେ ନନ୍ଦା ଓ ତିଳୋତ୍ତମା ଚିତ୍ରିତ ହୋଇଥାନ୍ତି। ଏମାନେ ସମସ୍ତେ ହସ୍ତରେ ଧ୍ୱଜ ଓ ପଦ୍ମ ଧାରଣ କରିବା ସହିତ ବିରାସନରେ ବସିଥାନ୍ତି।

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ପୂର୍ବପଟ ଦ୍ୱାର-ଘୋଡା ରେ ଭଦ୍ରା, ପ୍ରଭଦା। ପଶ୍ଚିମ ରେ ମିତ୍ରା, ସୁମିତ୍ରା।ଉତ୍ତର ରେ ନନ୍ଦା, ସୁନନ୍ଦା।ସେହିପରି ଦକ୍ଷିଣ ପଟ ଦ୍ୱାର-ଘୋଡାରେ କାତ୍ୟାୟନି ଓ ଇଳା ଚିତ୍ରିତ ହୋଇଥାନ୍ତି। ଏମାନଙ୍କ ହସ୍ତରେ ଧ୍ୱଜ ଓ ମାଳା ଧରିଥାନ୍ତି। ପ୍ରତ୍ୟେକ ଫରିକଛା ମାରି ବସ୍ତ୍ର ପିନ୍ଧିଥାନ୍ତି।

Comments are closed.