ରାଜ୍ୟରେ ୩ ହଜାର ୨୨୨ ନୂଆ କୋରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ୬୧୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୨୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୮୩୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୬୧୯, ଖୋର୍ଦ୍ଧା ଜିଲ୍ଲାରୁ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୨୧୨, ବାଲେଶ୍ୱରରୁ ୨୦୮, ମୟୂରଭଞ୍ଜରୁ ୧୯୫, ଯାଜପୁରରୁ ୧୯୦, ପୁରୀରୁ ୧୮୮, କେନ୍ଦ୍ରାପଡାରୁ ୧୭୯, ଭଦ୍ରକରୁ ୧୪୧, ନୟାଗଡରୁ ୧୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୯୧, ସୁନ୍ଦରଗଡରୁ ୬୬, ମାଲକାନଗିରିରୁ ୬୬, କେନ୍ଦୁଝରରୁ ୬୪, ରାୟଗଡାରୁ ୬୧, କୋରାପୁଟରୁ ୫୩, ଢେଙ୍କାନାଳରୁ ୪୧, ସମ୍ବଲପୁରରୁ ୩୧, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୨୫, ଗଞ୍ଜାମରୁ ୨୪, ବରଗଡରୁ ୨୪, ନବରଙ୍ଗପୁରରୁ ୨୩, ବଲାଙ୍ଗିରରୁ ୨୨, ନୂଆପଡାରୁ ୧୬, ସୋନପୁରରୁ ୧୨, ଝାରସୁଗୁଡାରୁ ୯, ଗଜପତିରୁ ୯, ଦେବଗଡରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହାର ୧୦୯କୁ ବୃଦ୍ଧି ପାଇଛି । ଏଥିରୁ ୮ ଲକ୍ଷ ୮୦ ହଜାର ୯୯୭ ସୁସ୍ଥ ହୋଇସାରିଲେଣି । ୩୦ ହଜାର ୯୫୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.