ରାଜ୍ୟରେ ଆଉ ୪୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୬ କୋରୋନା ରୋଗୀଙ୍କ ମୃତ୍ୟୁ ସହ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ, ପୁରୀ ଓ ସୁନ୍ଦରଗଡରେ ୪ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡା, ସମ୍ବଲପୁରରେ ୩ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବରଗଡ, ଜଗତସିଂହପୁର,ଝାରସୁଗୁଡା,କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.