ପଶ୍ଚିମ ଓଡିଶା ବିକାଶ ପରିଷଦର ସହାୟତାରେ ପ୍ରସ୍ତୁତ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ମହାମାରୀ ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଂପୃକ୍ତ ଅଂଚଳର ଜିଲ୍ଲା ପ୍ରଶାସନଗୁଡିକୁ ସହଯୋଗ ପାଇଁ ଅଂଟା ଭିଡିଛି । ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଜିଲ୍ଲାଗୁଡିକୁ ୨୫ କୋଟିର ସହାତା ଯୋଗାଇ ଦେଇଛି ପରିଷଦ । ଏହି ଅର୍ଥରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସବୁର ଲୋକାର୍ପଣ କରିବେ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ।

Comments are closed.