କୋଭିଡ ନିୟମ ପ୍ରବର୍ତ୍ତନ କଡାକଡି ପାଇଁ ଅଭିଯାନ, ରାଜଧାନୀର ବିଭିନ୍ନ ହାଟରେ ବିଏମସି ଏନଫୋର୍ସମେଂଟ ସ୍କ୍ୱାଡର ରେଡ୍‌

ଭୁବନେଶ୍ୱର- ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ହେଉ ନ ଥିବା ବେଳେ କୋଭିଡ ନିୟମ କଡାକଡି ଭାବେ ଯେଭଳି ପାଳନ ହେବ, ସେ ନେଇ ଭୁବନେଶ୍ୱର ମହାନଗର ନିଗମ ପଦକ୍ଷେପ ନେଇଛି । ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାକୁ ବିଭିନ୍ନ ହାଟରେ ରେଡ୍ କରିଛି ବିଏମସିର ଏନଫୋର୍ସମେଂଟ ସ୍କ୍ୱାଡ୍ । ବିଏମସି ଓ କମିଶନରେଟ ପୋଲିସର ମିଳିତ ଏନଫୋର୍ସମେଂଟ ସ୍କ୍ୱାଡ୍ କିଟ୍ ହାଟ, ସିରିପୁର, ବରଗଡ, ଝାରପଡା, ୟୁନିଟ-୧ ସହ ୟୁନିଟ୍ -୪ ମାର୍କେଟରେ ରେଡ୍ କରିଛି । କଟକଣା ଆଂଶିକ କୋହଳ ହେଲା ପରେ ଭୁବନେଶ୍ୱରରେ ଦିନ ୨ଟା ଯାଏଁ ସବୁ ଦୋକାନ ବଜାର ଖୋଲୁଥିବା ବେଳେ୍ କୋଭିଡ ନିୟମ ସଠିକ ଭାବେ ପାଳନ ହେଉ ନ ଥିବା ପରିଲକ୍ଷିତ ହୋଇଛି ।

Comments are closed.