ୟାମି ଗୌତମଙ୍କୁ ଇଡିର ସମନ୍‌

ମୁମ୍ବାଇ: ବିଦେଶୀ ମୁଦ୍ରା ବିନିୟମ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତ ନିର୍ଦ୍ଦେଶାଳୟ (ଇଡି) ସମନ୍ ଜାରି କରିଛି । ତାଙ୍କୁ ଜୁଲାଇ ୭ରେ ହାଜର ହେବାକୁ କୁହାଯାଇଛି ।

ୟାମିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ୧.୫ କୋଟି ମୂଲ୍ୟ ବିଦେଶୀ ମୁଦ୍ରାର ନେଣଦେଣ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କିତ ତଥ୍ୟ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇନଥିଲେ । ଏହି ମାମଲାରେ ତାଙ୍କୁ ପଚାରଉଚରା କରିବ ଇଡି । ଇଡି ପୂର୍ବରୁ ମଧ୍ୟ ତାଙ୍କୁ ସମନ ଜାରି କରିଥିଲା । ତେବେ କରୋନା ଯୋଗୁଁ ସେ ଇଡି ଆଗରେ ହାଜର ହୋଇପାରିନଥିଲେ ।
କିଛି ଦିନ ତଳେ ନିର୍ଦ୍ଦେଶକ ଆଦିତ୍ୟ ଧର୍‌ଙ୍କ ସହ ୟାମିଙ୍କ ବିବାହ ହୋଇଥିଲା ।

Comments are closed.