ମୋଦି-ମାକ୍ରୋନଙ୍କୁ ଝଟ୍‌କା, ରାଫେଲ ଡିଲ୍‌ର ତଦନ୍ତ କରିିବେ ଫ୍ରେଞ୍ଚ୍ ଜଜ୍‌

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରାଫେଲ୍ ଡିଲ୍ । ଏହି ବିବାଦୀୟ ଡିଲ୍‌ରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ଏବେ ତଦନ୍ତ କରିବ ଫ୍ରାନ୍ସ । ଫ୍ରାନ୍ସର ସରକାରୀ ପ୍ରବର୍ତ୍ତର୍ନ ବିଭାଗ (ପିଏନ୍‌ଏଫ୍‌)ର ଅର୍ଥନୈତିକ ଶାଖା ଏହି ଡିଲ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଜଣେ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏହି ୭.୮ ବିଲିୟନ୍ ୟୁରୋ ଡିଲ୍‌ର ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଥିବା ଏକ ଫ୍ରେଞ୍ଚ୍ ୱେବସାଇଟ୍ ମିଡିଆପାର୍ଟ ନିଜ ରିପୋର୍ଟରେ କହିଛି । ଫ୍ରାନ୍ସରେ ରାଫେଲ୍ ଡିଲ୍‌ର ତଦନ୍ତ ପରେ ଭାରତରେ ମଧ୍ୟ ଏନେଇ ପୁନଃ ତଦନ୍ତ ଦାବି ଉଠିପାରେ ।

ଭାରତକୁ ୩୬ ରାଫେଲ୍ ଯୁଦ୍ଧବିମାନ ବିକ୍ରି ନେଇ ହୋଇଥିବା ଡିଲ୍‌ରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ୍ କାରବାର ହୋଇଥିବା ନେଇ ମିଡିଆପାର୍ଟ କ୍ରମାଗତ ଭାବେ ରିପୋର୍ଟ ପ୍ରକାଶ କରିଆସିଥିଲା । ଏହି ଡିଲ୍‌ରେ ଜଣେ ମଧ୍ୟସ୍ଥିର ଭୂମିକା ଉପରେ ବି ଆଲୋକପାତ କରିଥିଲା ଏହି ୱେବସାଇଟ୍ । ମିଡିଆପାର୍ଟର ରିପୋର୍ଟ ପରେ ରାଫେଲ୍ ଡିଲ୍‌ର ତଦନ୍ତ ଆରମଭ କରିଛି ପିଏନ୍‌ଏଫ୍ । ଏହି ଡିଲ୍‌ରେ ଭାରତର ଶିଳ୍ପପତି ଅନିଲ ଅମ୍ବାନିଙ୍କ ଭୂମିକାର ବି ତଦନ୍ତ କରାଯିବ । ଏହା ନରେନ୍ଦ୍ର ମୋଦି ଓ ଫ୍ରେଞ୍ଚ୍ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍‌ଙ୍କ ପାଇଁ ଏକ ବଡ଼ ଝଟ୍‌କା ବୋଲି ଚର୍ଚ୍ଚା ହେଉଛି । ଏହି ଡିଲ୍‌ରେ କୌଣସି ଅନିୟମିତତା ଖବରକୁ ଉଭୟ ଭାରତ ଓ ଫ୍ରେଞ୍ଚ୍ ସରକାର ଖଣ୍ଡନ କରିଥିଲେ ।

Comments are closed.