କୋରୋନାରେ ଆଉ ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନାହିଁ । ଦିନକରେ ମହାମାରୀ ନେଇଛି ଆଉ ୪୫ ଜଣଙ୍କ ଜୀବନ । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୪ ହଜାର ୧୫୪କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ରୋଗୀ ପ୍ରାଣ ହରାଇଛନ୍ତି । ବରଗଡ ଓ କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳରେ ୪, କୋରାପୁଟ, ସମ୍ବଲପୁର,ସୁବର୍ଣ୍ଣପୁର ଓ ସୁନ୍ଦରଗଡରେ ୩ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ନୟାଗଡ ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.