ରାସ୍ତାରୋକ ହଟାଇବା ବେଳେ ପୋଲିସ କର୍ମଚାରୀଙ୍କୁ ମାଡ, ଭିଡିଓ ଭାଇରାଲ ପରେ ୫ ଅଭିଯୁକ୍ତ ଗିରଫ

କୋରାପୁଟ- କୋରାପୁଟରେ ରାସ୍ତାରୋକ ବେଳେ ୨ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏକ ଦୁର୍ଘଟଣା ପ୍ରତିବାଦରେ ଗୌଡଗୁଡାରେ ରାସ୍ତାରୋକ କରିଥିଲେ ଲୋକେ । ରାସ୍ତାରୋକ ହଟାଇବା ପାଇଁ ଉଦ୍ୟମ କରୁଥିବା ବେଳେ ୨ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଲୋକେ । କାକିରିଗୁମା ଥାନା ଏଏସଆଇଙ୍କ ସମେତ ୨ ଜଣଙ୍କୁ ବାଡିରେ ପିଟିଥିଲେ ମହିଳା । ଏହି ଆକ୍ରମଣ ଘଟଣାର ଭିଡିଆ ଭାଇରାଲ୍ ହୋଇଥିଲା । ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Comments are closed.