ଚାରିଦିନିଆ ଓଷଲାଗି ନୀତି ସଂପନ୍ନ, ଆଜି ଅଣସର ଘରେ ମହାପ୍ରଭୁଙ୍କ ଚକା ବିଜେ ନୀତି

ପୁରୀ – ଅଣସର ଘରେ ଅସୁସ୍ଥ ଚତୁର୍ଦ୍ଧାମୂର୍ତ୍ତି ।ଙ୍କୁ ଚାରିଦିନିଆ ଓଷ ଲାଗି ଉପଚାର ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଛି । ବୁଧବାରଠାରୁ ଆରମ୍ଭ ହୋଇଥିବା ଓଷଲାଗିରେ ଜ୍ୱରରୋଗରେ ପୀଡିତ ମହାପ୍ରଭୁଙ୍କ ଓଷ ଝୁଣା, ରାଶି ତେଲ ଓ କର୍ପୂର ଆଦିରେ ପ୍ରସ୍ତତ ଔଷଧି ଲାଗି ହୋଇଛି । ଓଷ ଲାଗି ପରେ ମହାପ୍ରଭୁ ଜ୍ୱରରୁ ସୁସ୍ଥ ହୋଇଛନ୍ତି । ଆଜି ଦଶମୀ ତିଥିରେ ମହାପ୍ରଭୁ ଚକା ଉପରେ ବିଜେ କରିବେ । ଆଜି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯିବ । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧ ଲାଗି କରାଯିବ ।

Comments are closed.