ସରକାରୀ ହସପିଟାଲରେ ମିଳୁଛି ବ୍ଲାକ ଫଙ୍ଗ୍‌ସ ରୋଗର ଔଷଧ ରୋଗୀଙ୍କୁ ହଇରାଣ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର- ବ୍ଲାକ ଫଙ୍ଗ୍‌ସ ରୋଗର ଔଷଧ ବଜାରରେ ଉପଲବ୍ଧ ନାହିଁ । ରାଜ୍ୟ ସରକାର ଏହି ରୋଗର ଔଷଧକୁ ଔଷଧ ନିଗମ ଓ ୧୦ରୁ ଅଧିକ ସରକାରୀ ହସପିଟାଲକୁ ଯୋଗାଇ ଦେଇଛନ୍ତି । ତେଣୁ ହସପିଟାଲଗୁଡିକ ରୋଗୀଙ୍କୁ ଔଷଧ ସିଧାସଳଖ ବଜାରରୁ କିଣିବାକୁ ନ କହି ସରକାର ଯୋଗାଉଥିବା ଔଷଧ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନା ଓ ବ୍ଲାକ ଫଙ୍ଗ୍‌ସ ରୋଗର ଔଷଧ ମହଜୁଦ ରହିଛି । ବ୍ଲାକ ଫଙ୍ଗ୍‌ସ ଔଷଧର ସୁବଂଟନ ବ୍ୟବସ୍ଥା ବି କରିଛନ୍ତି ରାଜ୍ୟ ସରକାର । ତେଣୁ ରୋଗୀଙ୍କୁ ହଇରାଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Comments are closed.