ରାଜ୍ୟରେ କୋରୋନା ସ୍ଥିତି ଅନୁଧ୍ୟାନ ପାଇଁ କାଲି ଆସିବ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର- କୋରୋନା ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡିଶା ଆସିବ କେନ୍ଦ୍ରୀୟ ଦଳ । ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଏ.ଡାନଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଦଳ ଓଡିଶା ଆସୁଛି । ଓଡିଶା ସମେତ ସଂକ୍ରମଣ ଅଧିକ ରହୁଥିବା ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋରୋନା ସଂକ୍ରମଣ ସ୍ଥିତି ନେଇ ସମୀକ୍ଷା କରିବେ । କେନ୍ଦ୍ରୀୟ ଦଳ କିଛି ଜିଲ୍ଲା ଗସ୍ତରେ ବି ଯାଇପାରନ୍ତି । ଟିମ୍ କୋରୋନା ନିୟନ୍ତ୍ରଣ ପଦ କ୍ଷେପର ତଦାରଖ କରିବା ସହ ଆଉ କିଛି ପରାମର୍ଶ ଦେଇପାରନ୍ତି ।

Comments are closed.