ଫିଲିପାଇନ୍ସ ସେନା ବିମାନ ଦୁର୍ଘଟଣାରେ ୧୭ ମୃତ

ମାନିଲା: ଫିଲିପାଇନ୍ସରେ ୮୫ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଏଯାବତ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇଥିବା ଆର୍ମି ଚିଫ୍ ଜନରଲ ସିରିଲିଟୋ ସୋବେଜାନା ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ସି-୧୩୦ ବିମାନ ଆଜି ସକାଳେ ସୁଲୁ ରାଜ୍ୟର ଜୋଲୋ ଦ୍ୱୀପରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ବିମାନରେ ୮୫ ସୈନିକ ଥିଲେ । ବିମାନଟି ଅବତରଣ କଲାବେଳେ ରନ୍‌ୱେ ଠାରୁ ବହୁ ଆଗକୁ ଚାଲିଯାଇ ଅବତରଣ କରିବାକୁ ଉଦ୍ୟମ କଲାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା ।

ବିମାନରେ ଥିବା ଅଧିକାଂଶ ସୈନିକ ନୂଆରେ ସେନାବାହିନୀରେ ସାମିଲ ହୋଇଥିଲେ । ଏହି ଯବାନଙ୍କୁ ଆତଙ୍କୀ ଗତିିବିଧି ଉପରେ ନଜର ରଖିବା ପାଇଁ ଜୁଲୁ ଦ୍ୱୀପର ମୁତୟନ କରିବାକୁ ନିଆଯାଉଥିଲା । ଏହା ଏକ ମୁସଲିମ ଜନବହୁଳ ଦ୍ୱୀପ ଏବଂ ଏଠାରେ ଅବୁ ସୈଫ୍ ନାମକ ଆତଙ୍କୀ ସଂଗଠନର ପ୍ରାଦୁର୍ଭାବ ରହିଛି ।

Comments are closed.