ଦିଲ୍ଲୀରେ ଅନଲକ୍‌-୬: ଖୋଲିବ ଷ୍ଟାଡିୟମ୍‌, ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ବନ୍ଦ ରହିବ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ

ନୂଆଦିଲ୍ଲୀ: ରାଜଧାନୀ ନଗରୀରେ ରବିବାର ଅନଲକ୍‌-୬ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ବିନା ଦର୍ଶକରେ ଏବେ ଦିଲ୍ଲୀରେ ଷ୍ଟାଡିୟମ୍ ଓ ସ୍ପୋର୍ଟ୍ସ କମ୍ପେ୍ଳକ୍ସ ଖୋଲିବ । ତେବେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ଥିଏଟର, କଲ୍ୟାଣ ମଣ୍ଡପ, ଅଡିଟୋରିୟମ ଏବଂ ସ୍କୁଲ-କଲେଜ୍ ଖୋଲିବାକୁ ଅନୁମତି ମିଳିନାହିଁ । ରାଜନୈତିକ, ସାମାଜିକ ସମାବେଶ ଉପରେ ମଧ୍ୟ କଟକଣା ବଳବତ୍ତର ରହିଛି ।

ଯୋଗ କେନ୍ଦ୍ର ଏବଂ ଜିମ୍ ୫୦ ପ୍ରତିଶତ କ୍ଷମତା ସହ ଖୋଲିପାରିବେ । ବିବାହରେ ୫୦ ଲୋକଙ୍କୁ ଅନୁମତି ମିଳିବ । ସରକାରୀ ଅଫିସ୍‌, ସ୍ୱୟଂଶାସିତ ସଂସ୍ଥା, ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ କର୍ପୋରେସନ ଗୁଡିକୁ ଶତ ପ୍ରତିଶତ କର୍ମଚାରୀ ସହ କାର୍ଯ୍ୟ କରିପାରିବେ । ଘରୋଇ ଅଫିସ୍ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଧା ଷ୍ଟାଫ୍‌ରେ କାର୍ଯ୍ୟ କରିବ । ଦୋକାନ, ରେସିଡେନ୍ସ କମ୍ପେ୍ଳକ୍ସ, ରାସନ ଷ୍ଟୋର ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଅନୁମତିପ୍ରାପ୍ତ ସରକାରୀ ବଜାର ୫୦ ପ୍ରତିଶତ କ୍ଷମତା ସହ ଖୋଲି ପାରିବ । ସେହିପରି ବିନା ଦର୍ଶକରେ ଷ୍ଟାଡିୟମ୍ ଓ ସ୍ପୋର୍ଟ୍ସ କମ୍ପେ୍ଳକ୍ସ ଖୋଲିବାକୁ ଅନୁମତି ଦିଆଯାଇଛି ।

Comments are closed.