ପିଏମ ଆବାସ ଯୋଜନା ନେଇ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଫନି ପ୍ରଭାବିତ ୧୪ଟି ଜିଲ୍ଲା ଛାଡି ଅନ୍ୟ ୧୬ ଜିଲ୍ଲା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ୧୬ଟି ଜିଲ୍ଲାରେ ଆବାସ ପ୍ଲସ୍ ଆପ୍ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିା ୧୬ଟି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଓ କିଛି ଜିଲ୍ଲା କେବିକେ ଅଧୀନରେ ରହିଛି । ଆବାସ ପ୍ଲସ୍ ଆପ୍ ଖୋଲିଲେ ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଘର ମିଳିପାରିବ । ଗତବର୍ଷ ଡିସେମ୍ବର ୧୫ରେ ବି ମୁଖ୍ୟମନ୍ତ୍ରୀ ଏ ନେଇ ଚିଠି ଲେଖିଥିଲେ ।

Comments are closed.