ହୃଦଘାତରେ ଫାଦର ଷ୍ଟାନ ସ୍ବାମୀଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଫାଦର ଷ୍ଟାନ ସ୍ବାମୀଙ୍କର ଦେହାନ୍ତ ହୋଇଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଷ୍ଟାନ ସ୍ବାମୀ ଜଣେ ଜଣାଶୁଣା ମାନବାଧିକାର କର୍ମୀ ଥିଲେ। ଭୀମା କୋରେଗାଓଁ ହିଂସା ମାମଲାରେ ତାଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ଗତବର୍ଷ ରାଞ୍ଚିରୁ ଏନଆଇଏ ଗିରଫ କରିଥିଲା । ଗିରଫ ପରଠାରୁ ସେ ଗୃହବନ୍ଦୀ ଥିଲେ । କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଏହା ସତ୍ତ୍ୱେ ତାଙ୍କୁ ଜାମିନ ମିଳିନଥିଲା । ଆସନ୍ତାକାଲି ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇଥାଆନ୍ତା ।

ତାମିଲନାଡୁରେ ଜନ୍ମଗ୍ରହଣ କରିଥିବା ପିତା ଷ୍ଟାନ ଷ୍ଟାନ ସ୍ବାମୀଙ୍କ ପିତା ଜଣେ କୃଷକ ଏବଂ ମାତା ଜଣେ ଗୃହିଣୀ ଥିଲେ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ବେଙ୍ଗାଲୁରୁରେ ଦଳିତ ଆଦିବାସୀ ସମ୍ପ୍ରଦାୟର ନେତାଙ୍କୁ ତାଲିମ ପାଇଁ ଏକ ସ୍କୁଲ୍ ଚଳାଉଥିଲେ ।

ସ୍ୱାମୀ ଜଣେ ସ୍ବଳ୍ପଭାଷୀ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ | ତାଙ୍କୁ ଜାଣିଥିବା ଲୋକମାନେ କୁହନ୍ତି ଯେ ୧୯୯୧ରେ ଝାଡଖଣ୍ଡ ଆସିବା ପରଠାରୁ ସେ ଆଦିବାସୀଙ୍କ ଅଧିକାର ପାଇଁ ସଂଗ୍ରାମ କରିଆସୁଥିଲେ।

Comments are closed.