ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ବର୍ଷେ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ବାଚସ୍ପତି ଭାସ୍କର ଯାଦବଙ୍କୁ ଦୁର୍ବ୍ୟବହାର କରିଥିବା ଯୋଗୁଁ ୧୨ ଜଣ ବିଜେପି ବିଧାୟକଙ୍କୁ ମହାରାଷ୍ଟ୍ର ବିଧାନସଭାରୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ସେମାନେ ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିବା ସହ ତାଙ୍କୁ ଟଣାଓଟରା କରିଥିଲେ ବୋଲି ସେ କହିଛନ୍ତି । ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେଶନ ଆଜିଠାରୁ ପ୍ରବଳ ହଙ୍ଗମା ଭିତରେ ଆରମ୍ଭ ହୋଇଛି।

ମହାରାଷ୍ଟ୍ର ବିଧାନସଭାରୁ ଏକ ବର୍ଷ ପାଇଁ ନିଲମ୍ବିତ ହୋଇଥିବା ବିଜେପି ବିଧାୟକମାନେ ହେଲେ ସଞ୍ଜୟ କୁଟେ, ଆଶିଷ ଶେଲାର, ଅଭିମନ୍ୟୁ ପାୱାର, ଗିରିଶ ମହାଜନ, ଅତୁଲ ଭଟଖଲକର, ପରାଗ ଆଲଭନି, ହରିଶ ପିମ୍ପଲେ, ରାମ ସାତପୁତେ, ଜୟକୁମାର ରାୱଲ, ଯୋଗେଶ ସାଗର, ନାରାୟଣ କୁଚେ ଏବଂ କିର୍ତ୍ତୀ କୁମାର ।

Comments are closed.