ମହିଳା ବିଜେଡିର ନୂତନ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ନବନିଯୁକ୍ତ ରାଜ୍ୟ ମହିଳା ବିଜେଡିର କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l

ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ ପୁନଃ ନିଯୁକ୍ତ ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ ଓ ସମ୍ବଲପୁର ଜିଲ୍ଲା ପାଇଁ ନବନିଯୁକ୍ତ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସଭାନେତ୍ରୀ ବନ୍ଦିତା ମିଶ୍ର,ସମ୍ବଲପୁର ଜୋନ ସଭାନେତ୍ରୀ ସବିତା ଆଚାର୍ଯ୍ୟ,ରାଜ୍ୟ ଉପସଭାନେତ୍ରୀ ସିପ୍ରା ମହାନ୍ତି, ଉଷା ପ୍ରଧାନ, କବିତା ପୁରୋହିତ,ରାଜ୍ୟ ସମ୍ପାଦିକା ଡ଼.ସଂଯୁକ୍ତା ମେହେର ପ୍ରମୁଖଙ୍କୁ ସମ୍ବର୍ଧନା ଦିଆଯାଇଥିଲା ।

ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର ଉପସ୍ଥିତ ଦଳୀୟ ନେତୃମଣ୍ଡଳୀଙ୍କୁ ସୁସଙ୍ଗଠିତ ହୋଇ ଦଳ କୁ ମଜ଼ବୁତ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଜିଲ୍ଲା ପାଇଁ ପୁନଃ ନିଯୁକ୍ତ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ ନଳିନୀକାନ୍ତ ପ୍ରଧାନ ଦଳୀୟ ସଂଗଠନଙ୍କୁ ସୁଦୃଢ଼ କରି ବିଜୁ ବାବୁ ଙ୍କ ଆଦର୍ଶରେ ଲୋକ ମାନଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ର ସମସ୍ତ ଯୋଜନାର ସୁଫଳ ଯେଭଳି ଜନସାଧାରଣ ପାଆନ୍ତୁ ସେଥିଲାଗି ଉଦ୍ୟମ କରିବାକୁ ସେ କହିଥିଲେ।

ଏହି ସମ୍ବର୍ଧନା ସଭାରେ ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି, ରାଜ କିଶୋର ଦାସ(ମଞ୍ଜୁ), ଆଦିତ୍ୟ ନାଥ, ଅଶୋକ ସେନାପତି,ରାଜ୍ୟ ବିଜେଡି ସମ୍ପାଦକ ସଂଜିତ ମହାନ୍ତି,ରାଜ୍ୟ ଯୁବ ବିଜେଡି ସମ୍ପାଦକ ମନୋଜ ମହାପାତ୍ର, ମୋତିଲାଲ ତନ୍ତୀ, ଶାନ୍ତନୁ ହୋତା,ଆଇନଜୀବୀ ଅଶୋକ ମହାପାତ୍ର, ରଚିନ୍ଦ୍ର କୂଅର, ପ୍ରଫୁଲ୍ଲ ବକ୍ସି, ଚନ୍ଦ୍ର ଦୀକ୍ଷିତ, ଅଶୋକ ମହାକୁର, ଦିଲୀପ ଦାଶ,ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର,ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତି,ଛାତ୍ର ବିଜେଡି ସମ୍ବଲପୁର ଜୋନ ସଭାପତି ମିଲନ ହୋତା,ସମାଜସେବି ନିହାଲ ସିଂହ, ସୁବେଶ ମୁଣ୍ଡା, ନିଶାନ୍ତ ଦୀକ୍ଷିତ, ଲିଙ୍ଗରାଜ ତ୍ରିପାଠୀ, ଶିଶିର ମହାନ୍ତି, ଜୈମିନି ବହିଦାର, ସୁଧୀର ପାଣିଗ୍ରାହୀ,ମହିଳାନେତ୍ରୀ ଉର୍ମିଳା ପଣ୍ଡା, ମିତାଲି ସାହୁ, ସୁବର୍ନ ନାୟକ, ସଂଯୁକ୍ତା ସାହୁ, ପଦ୍ମିନୀ ବେହେରା,ଆଇନଜୀବୀ ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ, ଚିତ୍ତରଞ୍ଜନ ପଣ୍ଡା,ଯୁବ ନେତା ସୌମେନ୍ଦ୍ର ହୋତା, ସୁବାଶିଷ ପଣ୍ଡା,ଇଂ.ନିଶିଥ ଆକାଶ, ଅମିତ ନାଥ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନିଶିକାନ୍ତ ବିଶ୍ୱାଳ,ମହମ୍ମଦ ଗବର, ଆଶିଷ ମିଶ୍ର(ରିଙ୍କୁ), ଅଭିମନ୍ୟୁ ରାଉତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସୁଖେନଜିତ ମିତ୍ର, ରାଜେଶ ଗୁପ୍ତା, ଷ୍ଟିଫେନ ତିର୍କି, ସୁନୀଲ ମିଂଜ଼ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.