ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା ଟିମ୍ ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏ ଯାଏ ଁ ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆସରିଲାଣି । ଆସନ୍ତାକାଲି ରାଜ୍ୟର ୧ ହଜାର ୪୮୮ କେନ୍ଦ୍ରରେ ଟିକାଦାନ କରାଯିବ ।

 

Comments are closed.