ରାଜ୍ୟରେ ୪ ରୁ ୫ ମାସ ମଧ୍ୟରେ ସରିବ କୋଭିଡ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ ଆଉ ୪ ରୁ ୫ ମାସ ମଧ୍ୟରେ ସରିବ କୋଭିଡ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ଟିକାକରଣ ନେଇ ରାଜ୍ୟ ଅଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଶିକ୍ଷଣ ଦେବେ । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆସରିଛି । ଆଜି ୧ ହଜାର ୬୫୭ଟି କେନ୍ଦ୍ରରେ କୋଭିଡ ଟିକାକରଣ ଚାଲିଥିବା ସେ ସୂଚନା ଦେଇଛନ୍ତି । ଗତକାଲି ରାଜ୍ୟରେ ଟିକାକରଣ କ୍ଷେତ୍ରରେ ରେକର୍ଡ ସୃଷ୍ଟି ହୋଇଥିଲା । ଦିନକରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଥିଲା । ଜୁନ୍ ୨୧ରୁ ରାଜ୍ୟରେ କ୍ୟାମ୍ପେନ ମୋଡ୍‌ରେ ଟିକାକରଣ ଚାଲିଛି । ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।

Comments are closed.