କୋଭିଡ ମୃତ୍ୟୁକୁ ନେଇ ଡିଏମଇଟି ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର- କୋଭିଡ ମୃତ୍ୟୁକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ପ୍ରତିଦିନ ଆସୁଥିବା କୋଭିଡ ମୃତ୍ୟୁର ଖବର ସେହି ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ ପରେ କୋଭିଡ ମୃତ୍ୟୁ ଘୋଷଣା କରାଯାଉଛି । ସରକାର କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଇ ନାହାନ୍ତି ବୋଲି ସେ କହିଛଛନ୍ତି । କୋଭିଡ ଓ ଅଣ କୋଭିଡ ମୃତ୍ୟୁର ସଂଶୟ ଆସିବାରୁ ତଦନ୍ତ ହେଉଛି । କୋରୋନା ପିକ୍ ସମୟରେ ଡାକ୍ତରମାନେ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ । ଏବେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଅଡିଟ୍ କରାଯାଇ ମୃତ୍ୟୁ ସଂପର୍କିତ ତଥ୍ୟ ଆସୁଛି ।

Comments are closed.