ମମତାଙ୍କ ଘୋଷଣା, ପଶ୍ଚିମବଙ୍ଗରେ ଏଣିକି ‘ଖେଲା ହୋବେ’ ଦିବସ ପାଳନ କରାଯିବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ‘ଖେଲା ହୋବେ’ ସ୍ଲୋଗାନ ବେଶ୍ ଲୋକପ୍ରିୟ ହୋଇଥିଲା । ଏହି ସ୍ଲୋଗାନ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥିଲା । ଏବେ ମମତା ସରକାର ‘ଖେଲା ହୋବେ’ ନାମରେ ଏକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମମତା ବିଧାନସଭାରେ କହିଛନ୍ତି ଯେ ଲୋକମାନେ ‘ଖେଲା ହୋବେ’କୁ ଗ୍ରହଣ କରିଛନ୍ତି । ତେଣୁ ବର୍ତ୍ତମାନ ବେଙ୍ଗଲରେ ‘ଖେଲା ହୋବେ ଦିବସ’ ପାଳନ କରାଯିବ।

ସୂଚନାଯୋଗ୍ୟ ଯେ ନିର୍ବାଚନ ରାଲିରେ ଟିଏମସି ଏବଂ ବିଶେଷକରି ମମତା ବାନାର୍ଜୀ ଏହି ସ୍ଲୋଗାନକୁ ବାରମ୍ବାର ବ୍ୟବହାର କରୁଥିଲେ। ତାଙ୍କ ଟାର୍ଗେଟ ସିଧାସଳଖ ବିଜେପି ଆଡକୁ ଥିଲା। ଏହି ନିର୍ବାଚନୀ ସ୍ଲୋଗାନ ଟିଏମସି ସପକ୍ଷରେ ପରିବେଶ ସୃଷ୍ଟି କରିଥିଲା ।

ଟିଏମସିର ନିର୍ବାଚନୀ ସ୍ଲୋଗାନ କେବଳ ‘ଖେଲା ହୋବେ’ରେ ସୀମିତ ନଥିଲା। ‘ଖେଲା ହୋବେ’ ବ୍ୟତୀତ ମମତା ବାନାର୍ଜୀଙ୍କ ଅନ୍ୟ ଏକ ସ୍ଲୋଗାନ ଥିଲା, “‘ଖେଲା ହୋବ, ଦେଖା ହୋବେ, ଜେତା ହୋବେ’ ଯାହାର ଅର୍ଥ ହେଉଛି ଖେଳିବା, ଦେଖିବା ଏବଂ ଜିତିବା | ଏହା ବ୍ୟତୀତ ମମତା ବାନାର୍ଜୀ ‘ଜୟ ଶ୍ରୀ ରାମ’ର ସ୍ଲୋଗାନର ଜବାବରେ’ ହରେ କୃଷ୍ଣ ହରେ ରାମ, ବିଦା ହୋ ବିଜେପି-ବାମ ‘ସ୍ଲୋଗାନ ମଧ୍ୟ ଲୋକପ୍ରିୟ ହୋଇଥିଲା।

Comments are closed.