ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା, ଚାକରାଣୀ ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ରଙ୍ଗରାଜନ୍ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଗତକାଲି ରାତିରେ ବସନ୍ତ ବିହାର ସ୍ଥିତ ତାଙ୍କ ବାସଭବନରେ କୁମାରାମଙ୍ଗଲମଙ୍କ ପତ୍ନୀ କିଟି କୁମାରାମଙ୍ଗଲମଙ୍କୁ ହତ୍ୟା କରାଯାଇଥିଲା।

୬୭ ବର୍ଷୀୟା କିଟି କୁମାରାମଙ୍ଗଲମଙ୍କୁ ତକିଆରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି। ତାଙ୍କ ଚାକରାଣୀ ଓ ତା’ର ଦୁଇ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ପୋଲିସ ଚାକରାଣୀଙ୍କୁ ଗିରଫ କରିଥିବାବେଳେ ତାର ଦୁଇ ସହଯୋଗୀ ଫେରାର ଅଛନ୍ତି।

କିଟି କୁମାରମଙ୍ଗଲମ୍ ଘଟଣା ସମୟରେ ଚାକରାଣୀ ସହିତ ଘରେ ଏକୁଟିଆ ଥିଲେ। ସେ ସୁପ୍ରିମକୋର୍ଟର ଜଣେ ଓକିଲ ଥିଲେ। କୁମରମଙ୍ଗଲମଙ୍କ ପୁଅ ଜଣେ କଂଗ୍ରେସ ନେତା ଏବଂ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସେ ବାଙ୍ଗାଲୋରରୁ ଦିଲ୍ଲୀ ଯାଇଛନ୍ତି। କିଟିଙ୍କ ସ୍ବାମୀ ରଙ୍ଗରାଜନ୍ କୁମାରମଙ୍ଗଲମ୍, ପିଭି ନରସିଂହ ରାଓ ସରକାରରେ ମନ୍ତ୍ରୀ ଥିଲେ। ପରେ କୁମରାମଙ୍ଗଲମ୍ ବିଜେପିରେ ଯୋଗ ଦେଇଥିଲେ ଏବଂ ବାଜପେୟୀ ସରକାରରେ ମଧ୍ୟ ମନ୍ତ୍ରୀ ହୋଇଥିଲେ।

 

Comments are closed.