ନାବାଳକଙ୍କୁ ଗୋଇଠା ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ, ହୋମଗାର୍ଡ ଚାକିରିରୁ ବିଦା

ଭୁବନେଶ୍ୱର- ରାଜଧାନୀର କେସୁରା ଛକରେ ନାବାଳକଙ୍କୁ ଗୋଇଠା ମାରିବା ଘଟଣାରେ ସଂପୃକ୍ତ ହୋମଗାର୍ଡଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ପିସିଆର୍ ଇନଚାର୍ଜ ଏସପିଓଙ୍କୁ ବହିଷ୍କାର ପାଇଁ କମିଶନରେଟ ପୋଲିସଙ୍କୁ ସୁପାରିଶ କରାଯାଇଛି । ପିସିଆରରେ ଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ସସପେଣ୍ଡ କରିଛି କମିଶନରେଟ ପୋଲିସ । ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୋଲିସ । ଗତମାସ ୨୯ ତାରିଖରେ ଲକଡାଉନରେ ଦୋକାନ ଖୋଲିଥିବାରୁ ନାବାଳକଙ୍କୁ ଗୋଇଠା ମାରିଥିଲେ ପୋଲିସ କର୍ମଚାରୀ । ସେତେବେଳେ ପିସିଆରେରେ ମୋଟ ୪ ଜଣ ପୋଲିସ କର୍ମଚାରୀ ଥିଲେ ।

Comments are closed.