ଯୁକ୍ତ ୩ ପାଠ୍ୟକ୍ରମରେ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା ସାମିଲ

ଭୁବନେଶ୍ୱର- ଯୁକ୍ତ ୩ ପାଠ୍ୟକ୍ରମରେ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା ସାମିଲ ହେବ । ଏହା ବାଧ୍ୟତାମୂଳକ ବିଷୟ ରହିବ । ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟରରେ ଏହି ବିଷୟ ପଢାଯିବ । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ଏହି ପାଠ୍ୟକ୍ରମ ମୋଟ ୧୦୦ ମାର୍କ ବିଶିଷ୍ଟ ହେବ । ଚଳିତ ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ । ଏଥିରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସହିତ ସର୍ଭାଉଭାଲ ସ୍କିଲ ବିଷୟରେ ପଢାଯିବ ।
ବିଜେଡି ସରକାରର ପଂଚମ ପାଳିର ଦ୍ୱିତୀୟ ବର୍ଷ ଶାସନ ପୂର୍ତ୍ତି ଅବସରରେ ଗତ ମେ ୨୯ ତାରିଖରେ ହୋଇଥିବା ମନ୍ତ୍ରୀ ପରିଷଦ ବେଠକରେ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲାକୁ ସାମିଲ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।

Comments are closed.