କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ତିନିଟି ବିଷୟ ଉପରେ ଅଧିକ ଗୁରୁତ୍ୱ

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ତୃତୀୟ କୋରୋନା ପ୍ରବାହର ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ତୃତୀୟ ପ୍ରବାହ ପାଇଁ ୩ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି । ଟିକାକରଣ, ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ ସହ ସ୍ୱତନ୍ତ୍ର ଗୋଷ୍ଠୀର ଚିକିତ୍ସା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ତୃତୀୟ ପ୍ରବାହରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି ।

Comments are closed.