ଆଇଟି ନିୟମ ବିରୋଧରେ କୋର୍ଟ ଗଲା ପିଟିଆଇ

ନୂଆଦିଲ୍ଲୀ: ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବିରୋଧରେ ଦେଶର ସର୍ବବୃହତ ନ୍ୟୁଜ୍ ଏଜେନ୍ସି ପିଟିଆଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଡିଜିଟାଲ ନ୍ୟୁଜ ମିଡିଆ ଉପରେ ନିୟନ୍ତ୍ରଣ ଜାହିର କରିବା ନୂଆ ଆଇଟି ନିୟମର ଲକ୍ଷ୍ୟ ବୋଲି ପିଟିଆଇ ନିଜ ପିଟିସନରେ କହିଛି । ପିଟିଆଇ ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଅଗଷ୍ଟ ୨୦ରେ ଅନ୍ୟ ଆବେଦନ ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ଡିଜିଟାଲ ନ୍ୟୁଜ ପୋର୍ଟାଲ ଗୁଡ଼ିକୁ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି ଦେବାକୁ ମନା କରି ଦେଇଛନ୍ତି।

ଅନଲାଇନ୍ ମିଡିଆ ଦି ୱାୟାର, କ୍ୱିଣ୍ଟ ଏବଂ ଅଲ୍ଟ ନ୍ୟୁଜ୍ ଭଳି ଅନେକ ୱେବସାଇଟ୍ ମଧ୍ୟ ପୂର୍ବରୁ ନୂଆ ଆଇଟି ନିୟମକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନେ ନିଜ ଆବେଦନରେ ଦର୍ଶାଯାଇଥିଲେ ଯେ ନୂତନ ଆଇଟି ନିୟମ ମାନିବା ପାଇଁ ସେମାନଙ୍କୁ କେନ୍ଦ୍ର ସରକାର ନୋଟିସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଆଇଟି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।

Comments are closed.