କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୪୩,୩୯୩ ସଂକ୍ରମିତ ଚିହ୍ନଟ, ୯୧୧ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୪୩,୩୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ପୁଣି ବଢ଼ିଛି । ଦିନକରେ ଏହି ରୋଗରେ ପୁଣି ୯୧୧ ଜଣଙ୍କର ଜୀବନ ଯାଇଛି । ଗତକାଲି ଦେଶରେ ୪୫,୮୯୨ ମାମଲା ରିପୋର୍ଟ ହୋଇଥିଲା । ଆଜି ଏଥିରେ ୫% ହ୍ରାସ ଘଟିଛି । ଦିନକରେ କୋଭିଡ୍‌-୧୯ରୁ ଆଉ ୪୪,୨୯୧ ରୋଗୀ ସୁସ୍ଥ ହୋଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଦେଶରେ ଏବେ ମୋଟ ତିିନି କୋଟି ୭ ଲକ୍ଷ ୫୨ ହଜାର ୯୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଦୁଇ କୋଟି ୯୮ ଲକ୍ଷ ୮୮ ହଜାର ୨୮୪ ଜଣ ସୁସ୍ଥ ହୋଇଛନ୍ତି । ଏହି ମହାମାରୀ ଏଯାବତ୍ ୪ ଲକ୍ଷ ୫ ହଜାର ୨୮ ଜଣଙ୍କର ଜୀବନ ନେଲାଣି । ଭାରତରେ ଶୁକ୍ରବାର ସୁଦ୍ଧା ୪ ଲକ୍ଷ ୫୮ ହଜାର ୭୨୭ ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ସମଗ୍ର ଦେଶରେ ଏଯାବତ୍ ୩୬ କୋଟି ୮୯ ଲକ୍ଷ କରୋନା ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୪୦ ଲକ୍ଷ ୨୩ ହଜାର ଟିକା ଦିଆଯାଇଛି । ଦେଶରେ ଏପର୍ଯ୍ୟନ୍ତ ୪୨ କୋଟି ୭୦ ଲକ୍ଷ କରୋନା ଟେଷ୍ଟ ହୋଇଛି । ପଜିଟିଭିଟି ହାର ୩ ପ୍ରତିଶରୁ କମ୍ ରହିଥିବା ବେଳେ ମୃତ୍ୟୁହାର ୧.୩୨ ଅଛି । ଆରୋଗ୍ୟ ହାର ୯୭ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଏବେ ମୋଟ କରୋନା ମାମଲାର ୨ ପ୍ରତିଶତରୁ କମ୍ ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.